୬୧ ବର୍ଷରେ ପାଦ ଥାପିଲେ ଶାହରୁଖ ଖାନ୍, ମନ୍ନତ ବାହାରେ ଫ୍ୟାନ୍ସଙ୍କ ଭିଡ଼

ଆଜି ଶାହରୁଖ ଖାନଙ୍କ ଜନ୍ମଦିନ । ‘ମନ୍ନତ’ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା । କିଙ୍ଗ୍ ଖାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଫ୍ୟାନ୍ସଙ୍କ ଭିଡ଼, ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି ।ଶାହରୁଖଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଆଜି ନଭେମ୍ବର ୨ ତାରିଖରେ ନିଜ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳନ କରୁଛନ୍ତି ଶାହରୁଖ ଖାନ୍। ଏହି ଖାସ୍ ଦିନକୁ ନେଇ କେବଳ ମୁମ୍ବାଇ ନୁହେଁ, ଦେଶର ବିଭିନ୍ନ ସ୍ଥାନରେ ଫ୍ୟାନ୍ସଙ୍କ ମଧ୍ୟରେ ରହିଛି ଜବରଦସ୍ତ କ୍ରେଜ୍।ମୁମ୍ବାଇରେ ଥିବା ଶାହରୁଖଙ୍କ ବାସଭବନ ମନ୍ନତ ସମ୍ମୁଖରେ ରାତି ୧୨ଟାରୁ ହାତରେ ପୋଷ୍ଟର, ବ୍ୟାନର ଓ ମୋବାଇଲ୍ ଟର୍ଚ୍ଚ ଧରି ଶୁଭେଚ୍ଛା ଜଣାଇଥିଲେ ଫ୍ୟାନ୍ସ। ଅନେକ ସ୍ଥାନରେ କେକ୍ କଟାଯିବା ସହ ବାଣ ଫୁଟାଇ ଜନ୍ମଦିନର ଉତ୍ସବ ପାଳନ କରାଯାଇଥିଲା।୧୯୬୫ ମସିହା ନଭେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିବା ଶାହରୁଖ ଖାନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’, ‘କୁଛ୍ କୁଛ୍ ହୋତା ହୈ’, ‘ପଠାନ୍’ ଓ ‘ଜୱାନ୍’ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ତାଙ୍କୁ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦେଇଛି ।

You might also like