ଆସିବ E100 ଗାଡ଼ି ! ସରକାର କେନ୍ଦ୍ରୀୟ ମୋଟର ଯାନ ନିୟମରେ କଲେ ପରିବର୍ତ୍ତନ
ଆସିବ E100 ଗାଡ଼ି । ସରକାର କେନ୍ଦ୍ରୀୟ ମୋଟର ଯାନ ନିୟମରେ ପରିବର୍ତ୍ତନ କରିଛନ୍ତି ।। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ସଂଶୋଧନ କରି ଏକ ବିଜ୍ଞପ୍ତି ଜାରି କରିଛି । ଏହି ସଂଶୋଧନ ଫ୍ଲେକ୍ସ-ଫୁଏଲ ପାଇଁ ଡିଜାଇନ୍ ହୋଇଥିବା ଯାନଗୁଡ଼ିକୁ E85 ବ୍ୟତୀତ E100 ଇନ୍ଧନ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରୁଛି । ଏହା ବ୍ୟତୀତ ଯାନବାହାନ ନିର୍ଗମନ ମାନଦଣ୍ଡ, ବୈଷୟିକ ନିୟମାବଳୀ ଏବଂ ସମ୍ବନ୍ଧିତ ଶବ୍ଦାବଳୀରେ ଅନେକ ପରିବର୍ତ୍ତନ କରାଯାଇଛି । ଅକ୍ଟୋବର ୨୩, ୨୦୨୬ରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହୋଇଛି।ତେବେ ଏହା ଶୁଣି ନିଜ ବାଇକ୍ କିମ୍ବା କାର୍ରେ E100 ଭରିବାକୁ ତରବର ହୁଅନ୍ତୁ ନାହିଁ। କାରଣ ଏହି ଇନ୍ଧନ କେବଳ ସ୍ୱତନ୍ତ୍ର ଭାବେ ନିର୍ମିତ ଓ ପ୍ରମାଣିତ ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ିରେ ହିଁ ବ୍ୟବହାର କରାଯାଇପାରିବ। ସାଧାରଣ ପେଟ୍ରୋଲ ଗାଡ଼ି କିମ୍ବା E20 ଇନ୍ଧନ ପାଇଁ ତିଆରି ଗାଡ଼ିରେ E100 ବ୍ୟବହାର କରିବା ସୁରକ୍ଷିତ ନୁହେଁ। ଇନ୍ଧନର ଗୁଣ ଓ ଗାଡ଼ିର ଭିତର ଯନ୍ତ୍ରାଂଶ ଉପରେ ଏହାର ପ୍ରଭାବ ପଡ଼ିପାରେ।ବ୍ରାଜିଲ ଏବଂ ଆମେରିକା ଭଳି ଦେଶରେ ଫ୍ଲେକ୍ସ-ଫୁଏଲ ପ୍ରଯୁକ୍ତିବିଦ୍ୟା ବହୁଳ ଭାବରେ ବ୍ୟବହୃତ ହେଉଛି। ଗୋଟିଏ ଟାଙ୍କିରେ ଭିନ୍ନ ଭିନ୍ନ ଇନ୍ଧନ: ଏହି ଯାନଗୁଡ଼ିକ ଏକ ଇନ୍ଧନ ଟାଙ୍କିରେ ଇଥାନଲ୍ ଏବଂ ପେଟ୍ରୋଲର ବିଭିନ୍ନ ମିଶ୍ରଣରେ ଚାଲିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି। E85 ଏବଂ E100 ପରିସର: ଯାନର ଡିଜାଇନ୍ ଏବଂ ପ୍ରମାଣପତ୍ର ଉପରେ ନିର୍ଭର କରି, ଏହି ପରିସର E85 କିମ୍ବା E100 (ଯାହା ମୁଖ୍ୟତଃ ଇଥାନଲ୍ ଧାରଣ କରିଥାଏ) ପର୍ଯ୍ୟନ୍ତ ବିସ୍ତାରିତ ହୋଇପାରେ।