ପୁରୀରେ ମାଆକୁ ହତ୍ୟା କରି ପ୍ଲାଷ୍ଟର କରିବା ଘଟଣା ; ଝାଡ଼ଖଣ୍ଡରୁ ଗିରଫ କଲା ପୁରୀ ପୁଲିସ

ଭୁବନେଶ୍ଵର (ରାଜ୍ୟ କାହାଣୀ ) ଗତ ୨୪ ଅଗଷ୍ଟରେ ପୁରୀ କୁମ୍ଭାରପଡ଼ା ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା। ଅଭିଯୁକ୍ତ ପୁଅ ମଦନ ଦଳାଇକୁ ବାନ୍ଧିଲା ପୁଲିସ। ଦୀର୍ଘ ୫୭ ଦିନ ପରେ ମଦନକୁ ଧରିବାରେ ସକ୍ଷମ ହୋଇଛି ପୁଲିସ ।ସାରା ରାଜ୍ୟରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ମୃତ ମହିଳା ଗଜପତି କାଶିନଗର ଥାନା ଅନ୍ତର୍ଗତ ଖରଡା ଗ୍ରାମର ଅନ୍ନପୂର୍ଣ୍ଣା ଦଳେଇ।ପୁରୀ କୁମ୍ଭାରପଡ଼ା ଠାରେ ଉଭୟ ମା ପୁଅ ଭଡାଘର ନେଇ ରହୁଥିଲେ। ମା କୁ ହତ୍ୟା କରିବା ପରେ ରୋଷେଇ ଘର ସ୍ଲାବ ତଳେ ପ୍ଲାଷ୍ଟର କରି ପୁଅ ଫେରାର ହୋଇଥିଲା। ଅଭିଯୁକ୍ତ ପୁଅ ମଦନକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା।ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ ମଧ୍ୟ ୨୦ତାରିଖ ରାତିରେ କଣ ଘଟିଥିଲା ,ସେ ବିଷୟରେ ସ୍ପଷ୍ଟ କରିନାହିଁ ପୁଲିସ୍। ତେବେ ୨୦ତାରିଖରେ ମାଆର ମୃତ୍ୟୁ ହେବା ପରେ ହଡବଡେଇ ଥିଲା ମଦନ। ୨୧ ତାରିଖରେ ଗୁଣ୍ଡିଚା ମନ୍ଦିର ନିକଟ ଏକ ଦୋକାନରୁ ସିମେଣ୍ଟ ଆଣି ମୃତଦେହକୁ ପ୍ଲାଷ୍ଟର କରିଥିଲା।ଏହାପରେ ସେଠାରେ ଦୁଇ ଦିନ ରହିବା ପରେ ୨୩ ତାରିଖରେ ବସ୍  ଯୋଗେ ଫେରାର ହୋଇଥିଲା । ପରେ ଟ୍ରେନ ଯୋଗେ ଟିଟିଲାଗଡ଼ ଓ ପରେ ରାୟପୁର ଯାଇଥିଲା ଅଭିଯୁକ୍ତ ମଦନ ଦଳାଇ । ନିଜ ଫୋନ୍ ବିକ୍ରି କରିବା ସହ ଏକ ଛୋଟ ଫୋନ୍ କିଣିଥିଲା। ମୁମ୍ବାଇ ରେ ପ୍ରାୟ ଏକ ମାସ ଛୋଟ ମୋଟ କାମ କରିଥିଲା । ପରେ ଝାଡ଼ଖଣ୍ଡ ଯାଇ ସେଠାରେ ଏକ ସ୍ନାକ୍ସ ଦୋକାନରେ କାର୍ଯ୍ୟ କରୁଥିଲା ।ଭଉଣୀର ମୋବାଇଲ ଟ୍ରେସ କରିଥିଲା ପୁଲିସ।କଲିକତାରେ ଥିବା ନିଜ ଭଉଣୀ ସହ ଯୋଗାଯୋଗ କରିଥିଲା । ଏହାରି ଭିତରେ ପୁଲିସ ତାର ପୈତୃକ ଘର ଗଜପତିର କାଶୀନଗରରେ ଚଢ଼ାଉ କରି ୨୫ ବର୍ଷ ତଳୁ ମଦନଙ୍କ ପରିବାର ଗାଁ ଛାଡ଼ିଥିବା ଜାଣିବାକୁ ପାଇଥିଲା । ମଦନର ଭାଇ ଠାରୁ ବିଭିନ୍ନ ସୂଚନା ପାଇଥିଲା ପୁଲିସ ।ପରେ ଭଉଣୀର ମୋବାଇଲ ଟ୍ରେସ କରି ଅଭିଯୁକ୍ତ ମଦନ ପାଖରେ ପହଞ୍ଚିଥିଲା ପୁଲିସ।ଗଜପତି,ଗଞ୍ଜାମ,ଝାଡ଼ଖଣ୍ଡ,ମହାରାଷ୍ଟ୍ରରେ ଚଢାଉ ଓ FRS ଆଦି ଟେକ୍ନିକାଲ ବ୍ୟବସ୍ଥା ଆପଣାଇବା ପରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ପୁଲିସ । ତେବେ ସେ ବଞ୍ଜାରା ଭାବରେ ଜୀବନଯାପନ କରୁଥିବାରୁ ଡିଜିଟାଲ ଫୁଟ ପ୍ରିଣ୍ଟ ପାଇବାରେ ବିଳମ୍ବ ହୋଇଥିଲା ବୋଲି କହିଛନ୍ତି ଏସପି ।

You might also like