କମ୍ପାନୀ ପ୍ଲେନକୁ ‘ଟୟ ପ୍ଲେନ’ କହି ଫସିଲେ ନୋରା ଫତେହି
ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ ମାନହାନି ମାମଲା ଦାୟର ହୋଇଛି। ଏକ ଏଭିଏସନ କମ୍ପାନୀ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି।ଠାଇଛି। କମ୍ପାନୀର ଅଭିଯୋଗ ହେଉଛି, ନୋରାଙ୍କ ଏଭଳି ମନ୍ତବ୍ୟ ତାଙ୍କ ବ୍ୟବସାୟ ଓ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇପାରେ। ଏହି କାରଣରୁ କମ୍ପାନୀ ପକ୍ଷରୁ ନୋରାଙ୍କ ବିରୋଧରେ ପ୍ରାୟ ୩ କୋଟି ଟଙ୍କାର ଜରିମାନା ଦାବି କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ନୋରା ।ଏଭିଏସନ କମ୍ପାନୀ ଅଦାଲତରେ ଦାଖଲ କରିଥିବା ଯାଚିକାରେ ଦାବି କରିଛି ଯେ, ନୋରାଙ୍କ ସୋସିଆଲ ମିଡିଆ ପୋଷ୍ଟ ଯୋଗୁ କମ୍ପାନୀର ବ୍ୟବସାୟ ପ୍ରଭାବିତ ହୋଇଛି। କମ୍ପାନୀ ଅନୁସାରେ, ମନ୍ତବ୍ୟ ପରେ ବୁକିଂରେ ପ୍ରାୟ ୧୫ରୁ ୨୦ ପ୍ରତିଶତ ହ୍ରାସ ଘଟିଥିଲା। ଏପରିକି କିଛି ବୁକିଂ ବାତିଲ ହୋଇଥିବା ମଧ୍ୟ କମ୍ପାନୀ ପକ୍ଷରୁ ଦାବି କରାଯାଇଛି।କମ୍ପାନୀ ନିଜର ବର୍ଷ ବର୍ଷରେ ଗଢ଼ି ଉଠିଥିବା ଗୁଡୱିଲ ଏବଂ ପ୍ରତିଷ୍ଠା କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଦାବି କରିଛି। ନୋରାଙ୍କ ମନ୍ତବ୍ୟ କୌଣସି ପ୍ରାଯୁକ୍ତିକ ତଥ୍ୟ, ଯାଞ୍ଚ କିମ୍ବା ତଥ୍ୟର ପୁଷ୍ଟି ବିନା କରାଯାଇଥିବା ବୋଲି ଯାଚିକାରେ କୁହାଯାଇଛି।