ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ

ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଲଗ୍ନ ।ଆସନ୍ତା ଇଂରାଜୀ ତାରିଖ ସେପ୍ଟେମ୍ବର -15 ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ଦିନ ପୂର୍ବାହ୍ନ 9ଟା 40ରୁ 9ଟା 54 ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବ l ଏହାପରେ ପରମ୍ପରା ଅନୁସାରେ ଘରେ ଘରେ ନୂଆଁଖାଇ ପାଳନ ହେବ l ଏଥିପାଇଁ ଆଜି ପରମ୍ପରା ମୁତାବକ ସମ୍ବଲପୁର ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ପଣ୍ଡିତ ମାନେ ନୂଆଁଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରିଛନ୍ତି  ।

You might also like