ପରିବେଶ ସୁରକ୍ଷାର ବାର୍ତା ବାଣ୍ଟୁଛି ଗୋବର ,ଧାନ, ମାଣ୍ଡିଆରେ ତିଆରି ରାଖି

ଭୁବନେଶ୍ୱର (ରାଜ୍ୟ କାହାଣୀ )ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ଟିକେ ଭିନ୍ନ କରିବା ପାଇଁ ଏଥର ବଜାରରେ ଭଳିକି ଭଳି ପରିବେଶ ଭିତ୍ତିକ ରାକ୍ଷୀ ବିକ୍ରି ହେଉଛି । ଏହି କ୍ରମରେ ଭୁବନେଶ୍ୱରରେ ପ୍ରସ୍ତୁତ ହୋଇଛି ନିଆରା ଗୋବର ରାକ୍ଷୀ। ଗୋବରର ପବିତ୍ରତା ମଧ୍ୟରେ ଏଭଳି ନିଆରା ଇକୋ ଫ୍ରେଣ୍ଡଲି ରାକ୍ଷୀ ପ୍ରସ୍ତୁତ କରିଛନ୍ତି ସୁରଭି ପିଜି ମହିଳା ସମିତି ଏବଂ ଗୋ-ସେବକ ।ଏହି ରାକ୍ଷୀ କିଣି ଭାଇଙ୍କ ହାତରେ ବାନ୍ଧିବେ ଭଉଣୀ । ଆଉ ପରେ ସେହି ରାକ୍ଷୀରୁ ଉଠିବ ଗଛ। ବିଭିନ୍ନ ପ୍ରକାରର ବିହନ ଏବଂ ପ୍ରାକୃତିକ ରଙ୍ଗରେ ତିଆରି ଏହି ରାକ୍ଷୀଗୁଡିକ ବିଭିନ୍ନ ଆକର୍ଷଣୀୟ ଡିଜାଇନରେ ଉପଲବ୍ଧ ରହିଛି। ଏହାର ମୂଲ୍ୟ ମାତ୍ର ୩୦ ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଗ୍ରାହକ ମାନେ ମଧ୍ୟ ବେଶ ଆଗ୍ରହର ସହ ଏହି ରାକ୍ଷୀ କିଣି ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ମାଲକାନଗିରି ଜିଲ୍ଲା ସଦର ମହକୁମା ଆଇଟିଡିଏ ଅଫିସ ନିକଟରେ ଓରମାସ ତରଫରୁ ଏକ ରାକ୍ଷୀ ଷ୍ଟଲ ହୋଇଛି। ଏହି ଷ୍ଟଲରେ ଧାନ, ମାଣ୍ଡିଆ ସହ ଅନେକ ହାତ ତିଆରି ରାକ୍ଷୀ ମିଳୁଛି। ଏଥିସହ ବଣ୍ଡାଘାଟିର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀକୁ ମଧ୍ୟ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ରାକ୍ଷୀ ବ୍ୟବସାୟ ଦ୍ୱାରା ମହିଳାମାନେ କିଛି ଟଙ୍କା କମାଇବା ସହ ନିଜେ ସ୍ୱାବଲମ୍ବୀ ହେବେ ବୋଲି ଆଶା ରଖିଛନ୍ତିା

You might also like