ଋଣ ମାମଲାରେ ଟ୍ରୋଲ୍ କରୁଥିବା ଲୋକଙ୍କୁ ରାଜପାଲ୍ ଯାଦବଙ୍କ କଡ଼ା ଜବାବ

ରାଜପାଲ୍ ଯାଦବ ଜଣେ ଜଣାଶୁଣା ଭାରତୀୟ ଚଳଚ୍ଚିତ୍ର ହାସ୍ୟ ଅଭିନେତା । ସେ ହିନ୍ଦୀ ସିନେମାରେ ତାଙ୍କର ଅନନ୍ୟ ଅଭିନୟ ଏବଂ ହାସ୍ୟରସ ପାଇଁ ଖୁବ୍ ଲୋକପ୍ରିୟ । ଏବେ ସେ କିଛି ଆଇନଗତ ଓ ବ୍ୟକ୍ତିଗତ ମାମଲା (ଯେପରିକି ଚେକ୍ ବାଉନ୍ସ ସମସ୍ୟା) କାରଣରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି |ନିକଟରେ ୫ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ତାଙ୍କୁ ଟ୍ରୋଲ୍ କରୁଥିବା ଲୋକଙ୍କୁ ସେ କଡ଼ା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏକ ଆର୍ଥିକ ବିବାଦ ତାଙ୍କର ଦୀର୍ଘ ଦଶନ୍ଧିର କ୍ୟାରିୟର୍ କିମ୍ବା ସମ୍ମାନକୁ ନଷ୍ଟ କରିପାରିବ ନାହିଁ।ନିଜ ସମାଲୋଚକଙ୍କ ଉପରେ ବର୍ଷି ରାଜପାଲ୍ କହିଛନ୍ତି ଯେ, “ମୁଁ ମୋ କାମ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଏବଂ ମୁଁ ନିଜକୁ ଭାରତୀୟ ସିନେମାର ଜଣେ କଳା ଛାତ୍ର ବୋଲି ଭାବେ। ଗତ ୩୦-୪୦ ବର୍ଷ ମଧ୍ୟରେ ଯଦି ମୁଁ ୧୦୦-୨୦୦ ଲୋକଙ୍କ ଠାରୁ ଧାର ନେଇଛି, ତେବେ ସେହି ଟଙ୍କା ନିଶ୍ଚିତ ଭାବେ ସେମାନଙ୍କ ଘରେ ପହଞ୍ଚିବ। କିନ୍ତୁ ଆର୍ଥିକ ସ୍ଥିତି ଖରାପ ହେଲେ ଜଣେ କଳାକାରର ସମ୍ପୂର୍ଣ୍ଣ ବାୟୋଡାଟା ଉପରେ କିପରି ପ୍ରଶ୍ନ ଉଠାଯାଇପାରିବ?” ଅଭିନେତା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ୟା ଥାଉ କି ନଥାଉ, ଲୋକେ ଆଜି ବି ତାଙ୍କ ସହ ରାସ୍ତାରେ ପ୍ରତିଦିନ ୫୦୦ ରୁ ଅଧିକ ସେଲଫି ଉଠାଉଛନ୍ତି, ଯାହା ତାଙ୍କର ପ୍ରକୃତ ସଫଳତା।

You might also like