କେରଳରେ ଭୟଙ୍କର ଭୂସ୍ଖଳନ, ୨ ମୃତ ଓ ଅନେକ ନିଖୋଜ

କେରଳମ୍‌ ୱାୟନାଡ଼ରୁ ଆସିଲା ଭୟଙ୍କର ଦୃଶ୍ୟ। ମାଡ଼ି ଆସିଲା ମାଟି ଅତଡ଼ା । ଭୂସ୍ଫଳନରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ନିଖୋଜ ହୋଇଯାଇଛନ୍ତି। ଏବଂ ୮ଜଣ ଗୁରୁତର ହୋଇଛନ୍ତି।ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଲଗାତାର ପ୍ରବଳ ବର୍ଷା କାରଣରୁ ୱାୟାନାଡର ମେପ୍ପାଡି ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି । ୱାୟାନାଡ ଟନେଲ ନିର୍ମାଣ ସ୍ଥଳ ଏବଂ ମୀନାକ୍ଷୀ ପୁଲ ନିକଟରେ ପାହାଡ଼ର ଏକ ବଡ଼ ଅଂଶ ଭାଙ୍ଗି ପଡ଼ି ରାସ୍ତା ଓ ପାଖରେ ଥିବା ନଦୀରେ ଖସି ପଡ଼ିଛି । ଏହି ଦୁର୍ଘଟଣା ସମୟରେ ଶ୍ରମିକମାନେ ଟନେଲ ନିର୍ମାଣ କାମରେ ନିୟୋଜିତ ଥିଲେ ।ଗତ 24 ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ୨୬୫ ମିମି ବର୍ଷା ହୋଇଛି। ଏହା ସହିତ, ଗତକାଲିଠାରୁ ଏହି ସ୍ଥାନରେ କାର୍ଯ୍ୟ ବନ୍ଦ କରାଯାଇଥିବା ସୂଚନା ମିଳିଛି; ଭୂସ୍ଖଳନରେ ଫସିଥିବା ଲୋକମାନେ ସ୍ଥାନୀୟ ବାସିନ୍ଦା ଥିବା ଜଣାପଡିଛି।ଏହି ଘଟଣା ପୁଣି ଥରେ ୨୦୨୪ର ଭୟଙ୍କର ଭୂସ୍ଫଳନକୁ ମନେ ପକାଇଦେଇଛି। ଯେଉଁଥିରେ ପ୍ରାୟ ୩ଶହ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ମୁଣ୍ଡକ୍କଇ ମଧ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା।

You might also like