ଆସନ୍ତା ୯ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍‌

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଆସନ୍ତା ୯ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍‌ । ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । ଲଗାଣ ବର୍ଷା ଫଳରେ ବନ୍ୟା ସ୍ଥିତି ଉପୁଜିଛି । ଯାହାକୁ ଧ୍ୟାନରେ ରଖି ହୀରାକୁଦା ପ୍ରଥମ ଗେଟ୍‌ ଖୋଲାଯିବାକୁ ନିଷ୍ପିତ୍ତି ନିଆଯାଇଛି । ବନ୍ୟାଜଳ ନିଷ୍କାସନ ଯୋଗୁ ନଦୀର ଜଳସ୍ତର ବଢ଼ିବାକୁ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ମହାନଦୀ ଗର୍ଭକୁ ନ ଯିବା ପାଇଁ ଏବଂ ବିଶେଷ ସତର୍କତା ଅବଲମ୍ବନ କରିବା ପାଇଁ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ସେହିପରି ଅପରାହ୍ନ ୩ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୩.୮୯ ଫୁଟ୍‌ ବୃଦ୍ଧି ପାଇଛି।

You might also like