ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା

ଭୁବନେଶ୍ୱର ( ରାଜ୍ୟ କାହାଣୀ )ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅଟନ୍ତି। ପୂର୍ବରୁ ସେ କଟକ ଡିସିପି ଭାବେ କାର୍ଯ୍ୟ କରିଥିବାବେଳେ ଅନୁଗୋଳ ଏବଂ ଗଞ୍ଜାମ ଏସ୍‌ପି ଭାବେ କାମ କରିଥିଲେ। ୨୦୨୫ ଫେବୃଆରୀରେ ଭୁବନେଶ୍ୱର ଡିସିପି ଭାବେ ସେ ଯୋଗ ଦେଇଥିଲେ। ତାଙ୍କର ଇସ୍ତଫା ପରେ ପ୍ରଶାସନିକ ମହଳରେ ଆଲୋଚନା ଆରମ୍ଭ ହୋଇଛି । ତଥାପି ଡିଜିପି ସ୍ପଷ୍ଟ କରିଛନ୍ତି ଯେ, ଏହା ପୂର୍ଣ୍ଣ ଭାବେ ବ୍ୟକ୍ତିଗତ କାରଣରୁ ନିଆଯାଇଥିବା ନିଷ୍ପତ୍ତି । ସରକାରଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଯାଇଥିବା ନେଇ ବି ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଡିଜିପି ଓ୍ବାଇ .ବି ଖୁରାନିଆ । ଏଣେ ସେ ଏକ ଘରୋଇ କଂପାନିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।

You might also like