ରଥ ଉପରକୁ ମୋବାଇଲ ମନା, ଛଦ୍ମବେଶୀଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର (ରାଜ୍ୟ କାହାଣୀ )ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରଥ ଉପରେ ଅନଧିକୃତ ଓ ଛଦ୍ମବେଶୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରଥ ଉପରକୁ ନେଇପାରିବେନି ମୋବାଇଲ । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । । ଚଳିତ ବର୍ଷ ଯୋଡ଼ା ଜ୍ୟେଷ୍ଠ ଯୋଗୁଁ ରଥ ନିର୍ମାଣ ବେଶ୍ ଆଗୁଆ ରହିଛି। ରଥ ନିର୍ମାଣରେ ନିୟୋଜିତ ମହାରଣା, ରୂପକାର, ଚିତ୍ରକାର, ଭୋଇ, କମାର, ଦରଜୀ ସେବକ ମାନେ ନିଷ୍ଠା, ଭକ୍ତି ଓ ସମର୍ପଣ ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି।ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥ ନିର୍ମାଣ ଠିକ୍ ସମୟରେ ଶେଷ ହୋଇଯିବ। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତା ୬ ତାରିଖ ସକାଳ ୧୦.୧୫ ମିନିଟରେ ପୁରୀ ଟାଉନ ହଲରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟ କରାଯିବ। ଠାକୁରଙ୍କ ନୀତିକାନ୍ତିରେ ସମନ୍ଵୟ ରକ୍ଷା ପାଇଁ ବିଭିନ୍ନ ନିଯୋଗ ସହ ବିଭିନ୍ନ ସ୍ତରରେ ବୈଠକ କରାଯାଇଛି। ରଥ ଉପରେ ଅନଧିକୃତ ଓ ଛଦ୍ମବେଶୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଆସନ୍ତା ୧୮ ତାରିଖରେ ଏଏସଆଇ ସହ ଶ୍ରୀମନ୍ଦିର ବୈଷୟିକ କମିଟି ଶ୍ରୀମନ୍ଦିର ଭୋଗମଣ୍ଡପ, ଗର୍ଭଗୃହ,ନାଟମଣ୍ଡପ ଯାଞ୍ଚ କରିବ । ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ରୂପା ରସିକ ଶୁଆ ଥଣ୍ଟିଆର ଗଣତି। ନୀଳାଦ୍ରିବିଜେ ପରେ ଓ ଚିତାଲାଗି ଅମାବାସ୍ୟା ପୂର୍ବରୁ ହେବ ମହାପ୍ରଭୁଙ୍କ ରାହୁ ରେଖା ଓ ସୁବର୍ଣ୍ଣ ଖଚିତ ଚିତାର ଗଣତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦେଲେ ସୂଚନା ।

You might also like