ଥାର୍ଡ ଡିଗ୍ରି ମାମଲାରେ ନୂଆ ମୋଡ଼ , ଆଗୁଆ ଜାମିନ ପାଇଁ ହାଇକୋର୍ଟ ଗଲେ ନିଲମ୍ବିତ IIC

 କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାରେ ମାଆ-ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ।ମେ’ ୨୫ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ଥାନା ଭିତରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରି ପ୍ରୟୋଗ କରି ଲହୁଲୁହାଣ କରିବା ଘଟଣାରେ ମାମଲା ରୁଜୁ ହୋଇଥିଲେ । ହେଲେ ଆଜି ଯାଏଁ ତାଙ୍କୁ ଗିରଫ କରାଯାଇ ନି। ତାଳଚୁଆ ସାମୁଦ୍ରିକ ଥାନାରେ କେସ ନମ୍ବର ୧୨୪/୨୦୨୬ ରେ ସନ୍ଧ୍ୟାରାଣୀ ଜେନାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।ଗିରଫ ଆଶଙ୍କା କରି ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ନିଲମ୍ବିତ ଆଇଆଇସିଙ୍କୁ ପୋଲିସ ଗିରଫ କରୁନଥିବା ବେଳେ ଆଗୁଆ ଜାମିନ ପାଇଁ ଆବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

You might also like