ଭଦ୍ରକରୁ ସାଂଘାତିକ ଅଭିଯୋଗ, ମଦି ପିଇ ଟଳମଳ ହେଉଛନ୍ତି ପ୍ରଧାନ ଶିକ୍ଷକ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମଦି ପିଇ ଟଳମଳ ହେଉଥିବାର ଭିଡିଓ ଭାଇରାଲ ।ମଦ ନିଶାରେ ଚୁର୍ ହୋଇ ମତୋ ବଜାରରେ ବୁଲିବା ସହ ଏଣୁ ତେଣୁ ଗପୁଛନ୍ତି । ଶିକ୍ଷକ ଯଦି ମଦ ପିଇ ରାସ୍ତାରେ ଗଡୁଥିବେ ତେବେ ପିଲାମାନେ କଣ ଶିଖିବେ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଯୋଗୁଁ ଗୋଟିଏ ଶ୍ରେଣୀ ଗୃହରେ ତିନି ତିନିଟି ଶ୍ରେଣୀର ପିଲା ବସି ପଢୁଛନ୍ତି । ବିଦ୍ୟାଳୟରେ ୧୦୭ ଜଣ ଛାତ୍ରଛାତ୍ରୀ ଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି । ଫଳରେ ପିଲାଙ୍କ ପାଠ ପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।

You might also like