ତ୍ରୁଟିର ଏବେ ତର୍ଜମା ଚାଲିଛି, ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ
ଭୁବନେଶ୍ଵର (ରାଜ୍ୟ କାହାଣୀ )ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ। ଖୁବଶୀଘ୍ର ସଂଶୋଧିତ ପାଠ୍ୟପୁସ୍ତକର ଡିଜିଟାଲ କପି ବିଭାଗର ଅଧିକୃତ ୱେବସାଇଟରେ ଅପଲୋଡ୍ କରାଯିବ ।ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସଠିକ୍ ସଂସ୍କରଣକୁ ସହଜରେ ବ୍ୟବହାର କରିପାରିବେ । ବିଭାଗ କହିଛି, ପାଠ୍ୟପୁସ୍ତକର ଗୁଣାତ୍ମକ ମାନ ବଜାୟ ରଖିବା ସହ ଭବିଷ୍ୟତରେ ଏଭଳି ତ୍ରୁଟି ନ ହେବା ପାଇଁ ସମୀକ୍ଷା ଓ ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ ।ଏହି ପ୍ରସଙ୍ଗରେ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଭ୍ରମିତ ନ ହେବାକୁ ଅନୁରୋଧ କରାଯାଇଛି । ଯେତେ ଶୀଘ୍ର ସମ୍ଭବ ଆମେ ପିଲାଙ୍କୁ ବହି ଯୋଗାଇ ଦେବାକୁ କାମ କରୁଛୁ ବୋଲି କହିଛନ୍ତି ଏନ୍. ଥିରୁମାଲା ।