ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା, ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ଵର(ରାଜ୍ୟ କାହାଣୀ) ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା।୨୦୨୬-୨୭ରେ ‘ଏସ୍‌ଏନ୍‌ଏ-ସ୍ପର୍ଶ’ ପ୍ଲାଟଫର୍ମ ଜରିଆରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି) ହିତାଧିକାରୀଙ୍କୁ ପେନ୍‌ସନ୍‌ ପ୍ରଦାନ କରାଯାଉଛି। ପୋର୍ଟାଲର ରିପୋର୍ଟ ମୁତାବକ ୩,୩୫,୮୫୦ ଜଣ ହିତାଧିକାରୀ ଆକାଉଣ୍ଟ୍‌ ଜରିଆରେ ପେନସନ୍‌ ପାଉଛନ୍ତି। ମାତ୍ର ସେହି ହିତାଧିକାରୀମାନଙ୍କ ଆକାଉଣ୍ଟ୍‌ ସହିତ ଆଧାରକାର୍ଡ ମ୍ୟାପିଂ ହେଇନାହିଁ। ଫଳରେ ସେମାନଙ୍କୁ ଏସ୍‌ଏନ୍‌ଏ ସ୍ପର୍ଶ ପୋର୍ଟାଲ ଆଉ ଆକାଉଣ୍ଟ୍‌ ଜନିତ ପେମେଣ୍ଟ ବ୍ୟବସ୍ଥାକୁ ଗ୍ରହଣ କରିବ ନାହିଁ। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏନ୍ଏସ୍ଏପିରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ବ୍ୟାଙ୍କ ସହ ଆଧାର ସଂଯୋଗ ବାଧ୍ୟତାମୂଳକ। ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ନିର୍ଦ୍ଦେଶ ଦେଇଛନ୍ତି।ହିତାଧିକାରୀମାନଙ୍କ ଆଧାର ଲିଙ୍କ୍‌ ଏବଂ ଇ-କଓ୍ବୋଇସି କରାଯାଉ। ସବୁ ବ୍ଲକସ୍ତରରେ ତାଲିକା କରି ଏହି କାର୍ଯ୍ୟ କରିବା ଉପରେ ବଶିଷ୍ଠ ଜୋର ଦେଇଛନ୍ତି।

You might also like