ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କ ଅନ୍ତିମ ସଂସ୍କାରରେ ବିହାରର ରାଜ୍ୟପାଳ  ଓ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ପବିତ୍ରା ମାର୍ଗାରେଟ୍ 

ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କ ଅନ୍ତିମ ସଂସ୍କାରରେ ଭାରତ ଯୋଗ ଦେବ।ଖାମେନେଇଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମ ଆରମ୍ଭ ୪ ଜୁଲାଇରୁ ହେବ । ଏଥିରେ ସାମିଲ ହେବାକୁ ଭାରତ ପକ୍ଷରୁ ବିହାରର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟୈଦ ଅତା ହସନେନ୍ ଓ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ପବିତ୍ରା ମାର୍ଗାରେଟ୍ ସାମିଲ ହେବେ । ଇରାନର ବହୁ ସହରରେ ୪ ରୁ ୯ ଜୁଲାଇ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏଥିରେ ଲକ୍ଷାଧିକ ଲୋକ ସାମିଲ ହେବେ । ୪ ଏବଂ ୫ ଜୁଲାଇରେ ତେହରାନରେ ଦୁଇଟି ବଡ଼ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମକୁ ନେଇ ମଧ୍ୟପ୍ରାଚ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ।ବିଦେଶ ରାଷ୍ଟ୍ରମନ୍ତ୍ରୀ ମାର୍ଗେରିଟାଙ୍କ ଚୟନ ଭାରତର କୂଟନୈତିକ ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି।ଇରାନ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଖେମେନିଙ୍କ ଶରୀର ତେହେରାନର ଗ୍ରାଣ୍ଡ ମୋସାଲା କମ୍ପ୍ଲେକ୍ସରେ ଜୁଲାଇ ୪ ଓ ୫ରେ ଶେଷ ଦର୍ଶନ ପାଇଁ ରଖାଯିବ। ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଜନସାଧାରଣ ସେମାନଙ୍କର ଶେଷ ସମ୍ମାନ ଜଣାଇପାରିବେ। ଜୁଲାଇ ୬ ତାରିଖରେ ଏକ ବିଶାଳ ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଛି।

You might also like