୪୨ କୋଟି ଟଙ୍କାର ସୁଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର (ରାଜ୍ୟକାହାଣୀ )ସମବାୟ ସମିତିଗୁଡ଼ିକ ଦ୍ୱାରା ସାର ବଣ୍ଟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ୪୨ କୋଟି ଟଙ୍କାର ସୁଦ୍ଧ ରିହାତି ଯୋଜନା ମଞ୍ଜୁର କଲେ ରାଜ୍ୟ ସରକାର। ଚାଷୀମାନଙ୍କୁ ସଠିକ୍ ସମୟରେ ମିଳିବ ସାର। କଳାବଜାରୀ ରୋକିବାକୁ ସମବାୟ ବିଭାଗ ଦ୍ଵାରା ଏକ ନୂତନ ଯୋଜନାର କାର୍ଯ୍ୟକାରିତାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୫ ବର୍ଷ ପାଇଁ ୪୨ କୋଟି, ଚଳିତ ଆର୍ଥିକ ବର୍ଷ ପାଇଁ ୫ କୋଟି ଆବଣ୍ଟନ କରାଯାଇଛି । ପ୍ରାୟ ୨,୭୦୦ ପ୍ରାଥମିକ କୃଷି ସମବାୟ ସମିତିକୁ ସାମିଲ କରାଯିବ । ଏହି ଯୋଜନା ପ୍ୟାକ୍ସ କିମ୍ବା ଲାମ୍ପସର ଆର୍ଥିକ ସମସ୍ୟାର ସମାଧାନ କରିବ ।ଏହି ନୂତନ ଯୋଜନାର ନାମ ହେଉଛି—”ସାରର ପୂର୍ବ-ମହଜୁଦ (ପ୍ରି-ପୋଜିସନିଂ) ପାଇଁ କ୍ୟାଶ୍ କ୍ରେଡିଟ୍ ଋଣ ଉପରେ ସୁଦ୍ଧ ରିହାତି।” ଅର୍ଥ ବିଭାଗ ଚଳିତ ଆର୍ଥିକ ବର୍ଷରୁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଅନୁମୋଦନ ପ୍ରଦାନ କରିସାରିଛି। ଏହି ଯୋଜନା ସମବାୟ ସମିତିଗୁଡ଼ିକର (PACS/LAMPCS) ଏକ ପ୍ରମୁଖ ଆର୍ଥିକ ସମସ୍ୟାର ସମାଧାନ କରିବ। ସାଧାରଣତଃ ଚାଷ ସମୟ ପୂର୍ବରୁ (ଅଗ୍ରୀମ ଭାବେ) ସାର ଆଣି ମହଜୁଦ ରଖିବା ଯୋଗୁଁ ସମିତିଗୁଡ଼ିକ ଉପରେ ମାତ୍ରାଧିକ ସୁଦ୍ଧ ବୋଝ ପଡ଼ିଥାଏ। କ୍ୟାଶ୍ କ୍ରେଡିଟ୍ (CC) ଋଣ ଉପରେ ୧୦୦% ସୁଦ୍ଧ ରିହାତି ପ୍ରଦାନ କରି ରାଜ୍ୟ ସରକାର ଏହି ଆର୍ଥିକ ବାଧାକୁ ଦୂର କରୁଛନ୍ତି। ଯାହାଦ୍ୱାରା ସମବାୟ ସମିତିଗୁଡ଼ିକ ପାଇଁ ସାରର ଅଗ୍ରୀମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଦ୍ଧ-ମୁକ୍ତ ହୋଇପାରିବ।

You might also like