ଗାଧୋଇଲେ କାଳିଆ ସାଆନ୍ତ । ଭକ୍ତଙ୍କ ଅପେକ୍ଷାର ହେଲା ଅନ୍ତ
ଆଜି ହେଉଛି ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ଆଜି ମହାପ୍ରଭୁ ସ୍ନାନବେଦୀରେ 108 ସୁବାସିତ ଜଳରେ ସ୍ନାନ
କରିଛନ୍ତି । ସ୍ନାନପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ ଏବଂ ପ୍ରଭୁଙ୍କ ଅପାର କୃପା ଲାଭ ହୁଏ । ଦୂରଦୂରାନ୍ତରୁ ଛୁଟି ଆସିଥିବା ଭକ୍ତମାନଙ୍କ ପାଇଁ ଆଜିର ଦିନ କେବଳ ଏକ ପର୍ବ ନୁହେଁ, ବରଂ ଏକ ଆଧ୍ୟାତ୍ମିକ ଅନୁଭୂତି । ବର୍ଷକୁ ମାତ୍ର ଥରେ ଏହି ଦିବ୍ୟ ବେଶରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସେହି ଦୁର୍ଲଭ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଏବେ ବି ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଅପେକ୍ଷା ଜାରି ରହିଛି । “ଜୟ ଜଗନ୍ନାଥ” ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ, ଆଉ ଭକ୍ତିର ସ୍ରୋତରେ ଭାସୁଛି ସମଗ୍ର ଶ୍ରୀକ୍ଷେତ୍ର ।