ସବୁ ସ୍କୁଲକୁ ଯିବ ସଂଶୋଧିତ ବହି; ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ସ୍କୁଲକୁ ଦିଆଯିବ ସଂଶୋଧିତ ପୁସ୍ତକ। ସଂଶୋଧିତ ପୁସ୍ତକ ଦିଆଯିବା ନେଇ ସୋମବାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ।ପାଠ୍ୟ ପୁସ୍ତକ ତ୍ରୁଟି ଘଟଣା ପ୍ରତିକ୍ରିୟା ରଖି ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପୁସ୍ତକ ତ୍ରୁଟି ଘଟଣାରେ ଉଚ୍ଚ ସ୍ତରୀୟ କମିଟି ଦ୍ବାରା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏବେ ସମସ୍ତ ବହିକୁ ପ୍ରତ୍ୟାହାର କରି ନୂଆ ବହି ଦେବା ସମ୍ଭବ ନୁହେଁ । ସଂଶୋଧିତ ବହି ଡିଇଓ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ ଦିଆଯିବ। କମିଟି ଯେଉଁ ୧୪ଟି ପଏଣ୍ଟ ଦେଇଛି ସେ ଆଧାରରେ ସଂଶୋଧନ କରାଯିବ ଏବଂ ପିଲାଙ୍କୁ ପାଠ ପଢ଼ାଯିବ । ତଦନ୍ତ ରିପୋର୍ଟ ଅନୁସାରେ ଆଗକୁ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।