ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲର ଶୁଣାଣି ଶେଷ, ଜୁଲାଇ ୧୧ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର (ରାଜ୍ୟକାହାଣୀ )ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଶେଷ ହୋଇଛି। ଦୀର୍ଘଦିନ ଧରି ମହାନଦୀକୁ ନେଇ ଓଡିଶା ଏବଂ ଛଡିଶଗଡ ମଧ୍ୟରେ ଚାଲିଥିବା କନ୍ଦଳର ସମାଧାନ ହେବ ।ଏହାସହ ଦୁଇ ରାଜ୍ୟ ମଧ୍ୟରେ ସଚିବସ୍ତରୀୟ ବୈଠକ ବସିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।ଶନିବାର ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିଛନ୍ତି ଯୁଗ୍ମ ବୈଷୟିକ ଟିମ୍ । ଆଗାମୀ ଦିନରେ ଓଡିଶା ଏବଂ ଛତିଶଗଡ ଭିତରେ ସଚିବସ୍ତରୀୟ ବୈଠକ ହେବ ବୋଲି ସୂଚନା ମିଳିଛି।ଜୁଲାଇ ୧୧ରେ ହେବ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି।

You might also like