ଆସନ୍ତା ବର୍ଷ ଆରମ୍ଭରେ ଭାରତ ଆସିପାରନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର ଦିନ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତରେ ଆସିପାରନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଚାଲିଛି।ରୁବିଓ, IANS ସହିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ପ୍ରଶାସନ ଟ୍ରମ୍ପଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପାଇଁ କାମ କରୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିମନ୍ତ୍ରିତ ହେବା ପରେ ଆମେରିକାର ରାଷ୍ଟ୍ରପତି ଦେଶକୁ ଯାତ୍ରା କରିବାକୁ ଆଗ୍ରହୀ ହେବେ ।ମାର୍କୋ କହିଛନ୍ତି ଯେ, ଟ୍ରମ୍ପ୍ ଭାରତ ଗସ୍ତରେ ଆସି ଅନେକ ଐତିହାସିକ ଚୁକ୍ତିର ରୂପରେଖ ଚୂଡାନ୍ତ କରିବେ । ଏହି ଗସ୍ତରେ ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଟ୍ରେଡ୍ ଡିଲ୍ ବା ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ଉଭୟଙ୍କର ବ୍ୟକ୍ତିଗତ ସମ୍ପର୍କ ମଜବୁତ ଅଛି ।

You might also like