ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା । ପୁଣି ଇରାନ -ଆମେରିକା ଭୟଙ୍କର ଯୁଦ୍ଧ
ଇରାନ-ଆମେରିକା ମଧ୍ୟରେ ପୁଣି ଉତ୍ତେଜନା । ହର୍ମୁଜ ପ୍ରଣାଳୀରେ ପୁଣି ମୁହାଁମୁହିଁ ହୋଇଛନ୍ତି ଆମେରିକା-ଇରାନ । ଅଶାନ୍ତ ହୋଇଛି ହର୍ମୁଜ ପ୍ରଣାଳୀ । ଯୁଦ୍ଧବିରତି ଭିତରେ ପୁଣି ଇରାନ ଉପରେ ଆକ୍ରମଣ କରିଛି ଆମେରିକା । ଇରାନ ମଧ୍ୟ ଏହାର ଜବାବ ଦେଇଛି । ହର୍ମୁଜ୍ ପ୍ରଣାଳୀରେ ଏକ ମାଲବାହୀ ଜାହାଜ ଉପରେ ଇରାନର ଡ୍ରୋନ୍ ଆକ୍ରମଣ ପରେ, ଆମେରିକା ସେନା ଇରାନର ମିସାଇଲ୍ ଓ ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର ଏବଂ ଉପକୂଳବର୍ତ୍ତୀ ରାଡାର୍ ପୋଷ୍ଟଗୁଡ଼ିକ ଉପରେ ଏୟାରଷ୍ଟ୍ରାଇକ କରିଛି । ‘ଏଭର୍ ଲଭ୍ ଲି’ ନାମକ ଏକ ସିଙ୍ଗାପୁର-ପତାକାଧାରୀ ମାଲବାହୀ ଜାହାଜ ଓମାନ ଉପକୂଳ ଦେଇ ହର୍ମୁଜ୍ ପ୍ରଣାଳୀରୁ ବାହାରୁଥିବା ସମୟରେ ଚାରୋଟି ଆତ୍ମଘାତୀ ଆଟାକ ଡ୍ରୋନ୍ ଦ୍ୱାରା ଏହାକୁ ଟାର୍ଗେଟ୍ କରାଯାଇଥିଲା । ତିନୋଟି ଡ୍ରୋନକୁ ଅଟକାଯାଇଥିଲା, କିନ୍ତୁ ଗୋଟିଏ ଜାହାଜର ଉପରିଭାଗରେ ମାଡ଼ ହୋଇଥିଲା । ଜାହାଜର ସାମାନ୍ୟ କ୍ଷତି ହୋଇଛି ।ଏହି ଆକ୍ରମଣ ପରେ ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି, ହିଂସାର ଜବାବ ହିଂସାରେ ମିଳିବ । ଏହି ବୟାନ ପରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଆହୁରି ବଢିବାର ଆଶଙ୍କା ରହିଛି । ଆମେରିକୀୟ ସେନା ମୁତୟନ ଥିବା ଆଞ୍ଚଳିକ ସାମରିକ ପ୍ରତିଷ୍ଠାନଗୁଡ଼ିକୁ IRGC ଟାର୍ଗେଟ୍ କରିଛି । ଆଉ ଚେତାବନୀ ଦେଇଛି, ଆମେରିକା ପୁଣି ଆକ୍ରମଣ କଲେ ଏହାର ବଡ଼ ଜବାବ ଦିଆଯିବ । ଅନ୍ୟପଟେ ଇରାନର ଆକ୍ରମଣକୁ ମୁର୍ଖାମୀ ବୋଲି କହିଛନ୍ତି ଟ୍ରମ୍ପ । ସାନି ଉତ୍ତେଜନା ପରେ ବିପଦରେ ଶାନ୍ତି ଚୁକ୍ତି ।