ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପରଲୋକ
ଭୁବନେଶ୍ଵର,ରାଜ୍ୟ କାହାଣୀ : ବରିଷ୍ଠ ସାମ୍ବାଦିକ ଶରତ ଦାଶଙ୍କ ପରଲୋକ ସେ ଓଡ଼ିଶାର ଗଣମାଧ୍ୟମ ଜଗତରେ ଏକ ଜଣାଶୁଣା ଏବଂ ସମ୍ମାନଜନକ ବ୍ୟକ୍ତିତ୍ୱ ଥିଲେ । ଶରତ ଦାଶ ଦୀର୍ଘ ବର୍ଷ ଧରି ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (Press Trust of India – PTI)ର ଓଡ଼ିଶା ବ୍ୟୁରୋ ମୁଖ୍ୟ (Bureau Chief) ଭାବରେ ସଫଳତାର ସହ କାର୍ଯ୍ୟ କରିଥିଲେ । ଓଡ଼ିଶାରେ ଇଂରାଜୀ ଏବଂ ଜାତୀୟ ସ୍ତରର ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ବଡ଼ ଯୋଗଦାନ ରହିଥିଲା ।