୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଜାତୀୟ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ । ଏହି ଅବସରରେ ଦେଶର ବିଭିନ୍ନ ନେତାମାନେ ତାଙ୍କୁ ଉଷ୍ମ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ଦେଶସେବାରେ ଅଧିକ ସଫଳତା କାମନା କରିଛନ୍ତି । ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମାଆ ସମଲେଇଙ୍କ ନିକଟରେ ପ୍ରାର୍ଥନା କରି ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ କାମନା କରିଛନ୍ତି । ୧୯୬୯ ମସିହା ଜୁନ ୨୬ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ । ଅନୁଗୋଳ ଜିଲ୍ଲା ତାଳଚେର ସହର ନିକଟସ୍ଥ ହାଣ୍ଡିଧୂଆରେ ସେ ଜନ୍ମଗ୍ରହଣ କରନ୍ତି ।କଲେଜ ପାଠପଢା ସମୟରୁ ଆରମ୍ଭ ହୁଏ ତାଙ୍କର ରାଜନୈତିକ କ୍ୟାରିୟର ।

You might also like