ଓଡ଼ିଶାରେ ପ୍ରଥମ ଥର ‘ମଲ୍ଟି ଏଜେନ୍ସି ସାମୁଦ୍ରିକ ସୁରକ୍ଷା ଗ୍ରୁପ୍’ ବୈଠକ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ ପଲିସି ବା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ’ ବୈଠକ। । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । । ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପରେ କେନ୍ଦ୍ରର ବିଭିନ୍ନ ସଂସ୍ଥା ତଥା ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସୀମା ଶୁଳ୍କ , ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ, ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଉପକୂଳ ସମ୍ବନ୍ଧୀୟ ନିକଟତର ସମସ୍ୟା ଯେପରିକି ସାମୁଦ୍ରିକ ଆଇନର ପ୍ରଣୟନ, ଉପକୂଳ ସର୍ଭେଲାନ୍ସ (ନଜର ରଖିବା) ନେଟୱାର୍କକୁ ମଜବୁତ କରିବା, ବିପଜ୍ଜନକ ଏବଂ କ୍ଷତିକାରକ ପଦାର୍ଥର ମୁକାବିଲା ପାଇଁ ମାନକ ପରିଚାଳନା ପଦ୍ଧତି (SOP) ଜାରି କରିବା, ଚୋରା ଚାଲାଣ ଏବଂ ଚୋରା ଚାଲାଣ ବିରୋଧୀ ବ୍ୟବସ୍ଥା ତଥା ବନ୍ଦର ସୁରକ୍ଷା ଭଳି ବିଷୟଗୁଡ଼ିକରେ ଆଲୋଚନା ଚାଲିଛି।