ଜୁଲାଇ ୪ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ଭୁବନେଶ୍ଵର(ରାଜ୍ୟ କାହାଣୀ )ଜୁଲାଇ ୪ ତାରିଖରେ ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସମବାୟ ବିଭାଗର କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି । ଅମିତ୍ ଶାହଙ୍କ ଗସ୍ତ ନେଇ ସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି. ରାଜସ୍ବ ମନ୍ତ୍ରୀ କହିଛନ୍ତି କାର୍ଯ୍ୟକ୍ରମ ଏକ ପ୍ରକାର ଚୂଡାନ୍ତ ହୋଇଛି. କିନ୍ତୁ କେତୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଚୂଡାନ୍ତ ହୋଇନାହିଁ । ତେବେ ବିଗତ ଦିନରେ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ବାରମ୍ବାର ବିଭିନ୍ନ ତାରିଖ ପ୍ରକାଶ କରାଯାଇଛି। ହେଲେ ଏହିପରି ଅନେକ ଖବର ପ୍ରକାଶ ପାଇବା ପରେ ଶାହାଙ୍କ ଗସ୍ତ ବାତିଲ ହୋଇଥିବା କୁହାଯାଇଛି।ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅମିତ ଶାହ ତାଙ୍କର ଦିନିକିଆ ଗସ୍ତ ଅବସରରେ ବଡ଼ମ୍ବା ଚିନିକଳ ସମେତ ବଲାଙ୍ଗୀର ଓ ନୟାଗଡ଼ ଚିନି କଳର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ପାଇଁ ଶିଳାନ୍ୟାସ କରିବେ। ଏହାସହ ଭୁବନେଶ୍ୱରରେ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟର ଏକ ସ୍କୁଲ ପ୍ରତିଷ୍ଠାର ଭିତ୍ତିପ୍ରସ୍ତର କରିବେ। ଏହାସହିତ ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଶା ପୁଲିସକୁ ପ୍ରଦତ୍ତ ପୁଲିସ କଲର ଆୱାର୍ଡ ‘ପତାକା’କୁ ଆନୁଷ୍ଠାନିକ ଭାବେ ସାମିଲ ପାଇଁ ଏକ ଭବ୍ୟ ପରେଡ୍ କାର୍ଯ୍ୟକ୍ରମରେ ଯୋଗଦେବେ।