ଓଡ଼ିଶାର ବିକାଶ ହେଲେ ଭାରତ ଆଗେଇବ- ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡିଶା ଦ୍ରୁତ ଗତିରେ ବିକାଶ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗରିବ କଲ୍ୟାଣ ଯୋଜନାରେ ସାଧାରଣ ଲୋକଙ୍କ ଜୀବନ ବଦଳୁଛି । ଓଡିଶା ଅର୍ଥ ବ୍ୟବସ୍ଥା ମଜଭୂତ ହେଲେ ଭାରତ ମଜଭୂତ ହେବ । ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ଆଜି ପ୍ରଗତିର ଦ୍ବାର ହୋଇଛି। ଓଡ଼ିଶାରେ ଖଣିଜ ଶକ୍ତି, କୃଷି ଓ ଯୁବ ପ୍ରତିଭା ରହିଛି। ଏଠାରେ ରେଳପଥ ନିର୍ମାଣ ଦ୍ରୁତ ଗତିରେ ଚାଲିଛି। ଉତ୍କର୍ଷ ଅଭିଯାନ ଭଳି ଯୋଜନା କାର୍ଯ୍ୟକାରୀ ହୋଇଛି। ଓଡ଼ିଶାକୁ ଶିଳ୍ପସମୃଦ୍ଧ କରିବା ଲାଗି କାମ କରାଯାଉଛି। ଡବଲ୍ ଇଞ୍ଜିନ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ସରକାର ଲୋକଙ୍କ ପାଖକୁ ଯାଉଛି। ରାଜ୍ୟରେ ୩ ଲକ୍ଷ କୋଟି ଟଙ୍କାର ବିକାଶ କାମ ଚାଲିଛି। ଶକ୍ତି କ୍ଷେତ୍ରରେ ୬ ହଜାର କୋଟି ଟଙ୍କାର କାମ ଚାଲିଛି। ସୁଭଦ୍ରା ଯୋଜନା, ଆୟୁଷ୍ମାନ୍ ଭାରତ ଯୋଜନାର ଲାଭ ଓଡ଼ିଶାବାସୀଙ୍କୁ ମିଳିଛି। ଆଦିବାସୀ ସମାଜ ଆଜି ବିକାଶର ଧାରାରେ ସାମିଲ ହୋଇଛି।