ଆଜିଠାରୁ ଆଇଟିଇପି ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର (ରାଜ୍ୟକାହାଣୀ )ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme -ITEP) ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଶନିବାର ଅପରାହ୍ନ ୨ଟାରୁ ସାମ୍‌ସ ପୋର୍ଟାଲରେ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ଏହି ଆଦେଦନ ପ୍ରକ୍ରିୟା ଜୁଲାଇ ୫ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୧୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ। ନ୍ୟାଶନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ଦ୍ୱାରା ଅନୁଷ୍ଠିତ ନ୍ୟାଶନାଲ କମନ ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ର (ଏନସିଇଟି-୨୦୨୬) ମାର୍କ ଆଧାରରେ ନାମଲେଖା କରାଯିବ। ଆସନ୍ତା ଅଗଷ୍ଟ ୧ରୁ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

You might also like