ଜନ୍ମଦିନ ଅବସରରେ ଗୋଲାପୀ ଓ ନୀଳ ରଙ୍ଗର ସୁନ୍ଦର ପାଟ ଶାଢ଼ୀ ପିନ୍ଧିବେ ମହାମହିମ

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ଆଉ ଏହି ଜନ୍ମଦିନକୁ ନିଜ ଜନ୍ମମାଟିରେ ପାଳନ କରୁଛନ୍ତି ଦେଶର ପ୍ରଥମ ନାଗରିକ । ମୟୂରଭଞ୍ଜର ପାହାଡ଼ପୁର ଗାଁରେ ଏବେ ଉତ୍ସବର ମାହୋଲ । ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଦେଖିବାକୁ ମିଳିଛି ଖୁସିର ଲହରୀ । ଆଉ ଏହାରି ଭିତରେ ମହାମହିମଙ୍କ ପରିଧାନ କରିବାକୁ ଥିବା ସ୍ୱତନ୍ତ୍ର ପାଟ ଶାଢ଼ିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଜନ୍ମଦିନ ଅବସରରେ ସେ ଗୋଲାପୀ ଓ ନୀଳ ରଙ୍ଗର ସୁନ୍ଦର ପାଟ ଶାଢ଼ି ପିନ୍ଧିବେ ବୋଲି ଜଣାପଡ଼ିଛି । ଶାଢ଼ିରେ ଥିବା ଫୁଲର ନକ୍ସା ଓ ପାରମ୍ପରିକ ପାଟର କାରୁକାର୍ଯ୍ୟ ଏହାକୁ ଆହୁରି ଆକର୍ଷଣୀୟ କରିଛି। ଏହି ଗୋଲାପି ନୀଳ ରଙ୍ଗର ସୁନ୍ଦର ପାଟଶାଢୀ ପିନ୍ଧି ଆଜି ରାଇରଙ୍ଗପୁର ଓ ପାହାଡପୁରର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ ମହାମହିମ।

You might also like