ଚଳିତ ଶିକ୍ଷା ବର୍ଷ ପାଇଁ ଯୁକ୍ତ ୩ ସିଟ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର (ରାଜ୍ୟକାହାଣୀ )ଯୁକ୍ତ ୩ (UG) ସିଟ୍ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ଅତିରିକ୍ତ ସିଟ ବୃଦ୍ଧି କରାଯାଇଛି । ସରକାରୀ କଲେଜରେ ୪୬୮୪ ସିଟ୍, ୪୮୮ ବର୍ଗ କଲେଜରେ ୩୪୧୬ ସିଟ୍ , ୬୬୨ ବର୍ଗ ଅନୁଦାନପ୍ରାପ୍ତ କଲେଜରେ ୧ ହଜାର ୫୬ ସିଟ୍ ବୃଦ୍ଧି କରାଯାଇଥିବା ବେଳେ ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିରେ୧୨୧୬ ସିଟ୍ ବୃଦ୍ଧି କରାଯାଇଛି। ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।ହି ସିଟ୍ ବୃଦ୍ଧି ହେବା ଫଳରେ ଅଧିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ଭର୍ତ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

You might also like