ପ୍ରକୃତ ଡିସଚାର୍ଜ ପେପର୍ ନଦେଲେ, ହସ୍ପିଟାଲ ଛାଡ଼ିବେନି ଚାମେଲି

ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରକୃତ ଡିସଚାର୍ଜ ପେପର୍ ନଦେଲେ,ଛାଡ଼ିବେନି ହସ୍ପିଟାଲ । ଚାମେଲି ମାମଲାରେ ନୂଆ ବିବାଦ । ଆଜି ତାଙ୍କୁ ହସ୍ପିଟାଲ କର୍ତୃପକ୍ଷ, ଡିସଚାର୍ଜ କରିଛନ୍ତି କିନ୍ତୁ ଚାମେଲି ହସ୍ପିଟାଲରେ ୧୧ତାରିଖରେ ଭର୍ତ୍ତି ହୋଇଥିବାବେଳେ ଡିସଚାର୍ଜ ପେପରରେ ୧୧ତାରିଖ ବଦଳରେ ୧୩ତାରିଖ ଲେଖାଅଛି, ଯାହାକୁ ପ୍ରତିବାଦ କରିଛନ୍ତି ଚାମେଲି । ବିଡିଓ କାର୍ଯ୍ୟାଳୟରେ ୧୧ ତାରିଖରେ ବିବାଦ ହୋଇଥିଲା ।ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା, ସେହିଦିନ ସେ ଜେଲରେ ଅସୁସ୍ଥ ହୋଇ ପୁଣି ଥରେ ହସ୍ପିଟାଲକୁ ଫେରିଥିଲେ କିନ୍ତୁ ତାଙ୍କୁ ଆଜି ଡିସଚାର୍ଜ କରାଯାଇଥିବାବେଳେ ୧୧ ତାରିଖ ବଦଳରେ ୧୩ ତାରିଖର ପେପର୍ ଦିଆଯାଇଛି। ଯାହାକୁ ସେ ବିରୋଧ କରିଛନ୍ତି । ପ୍ରକୃତ କାଗଜ ନଦେଲେ ଚିକିତ୍ସାଳୟ ଛାଡ଼ିବେନି ବୋଲି କହିଛନ୍ତି । ଅନ୍ୟପଟେ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା ସତ୍ତ୍ୱେ ଭିଡିଓ ରେକଡିଂ କରିଥିଲେ ସରପଞ୍ଚ। ବିନା ଅନୁମତିରେ କିଛି ଲୋକ ମୋ ଚାମ୍ବର ଭିତରେ ପଶିଥିଲେ। ମୋ ଚାମ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ହେଲା। ଶେଷରେ ପୋଲିସରେ ଅଭିଯୋଗ କରିବାକୁ ବାଧ୍ୟ ହେଲି। ଚାମେଲିଙ୍କର କୌଣସି ବିଲ ପେଣ୍ଡିଂ ନାହିଁ ବୋଲି ବିଡିଓ କହିଛନ୍ତି।

You might also like