ଆମେରିକା-ଇରାନ ଯୁଦ୍ଧ ଶେଷ, କମିଲା ଅଶୋଧିତ ତେଲ ଦର

ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ଶେଷ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ୧୪ ସୂତ୍ରୀ ବୁଝାମଣାପତ୍ର ସ୍ଵାକ୍ଷରିତ। ଉଭୟ ଦେଶର ରାଷ୍ଟ୍ରପତି ଡିଜିଟାଲ୍ ସ୍ଵାକ୍ଷର କରିଛନ୍ତି। ଯୁଦ୍ଧ ଶେଷ ଓ ହୋର୍ମୁଜ ପ୍ରଣାଳୀ ଖେଲିବା ନେଇ ଏମଓୟୁ ହୋଇଛି। ଇରାନର ପରମାଣୁ ପରୀକ୍ଷଣ ଓ କ୍ରୟ ଉପରେ ରୋକ୍ ଲଗାଯାଇଛି। ଆନ୍ତର୍ଜାତିକ ସ୍ତରରେ ହୋଇଥିବା ଶାନ୍ତି ଚୁକ୍ତି ପରେ ବିଶ୍ୱ ତେଲ ବଜାରରେ ଦେଖାଦେଇଛି ସକାରାତ୍ମକ ପ୍ରଭାବ । କିଛି ଦିନ ଧରି ଯୁଦ୍ଧ ଓ ଭୂ-ରାଜନୈତିକ ଉତ୍ତେଜନା କାରଣରୁ ବଢ଼ି ଚାଲିଥିବା ଅଶୋଧିତ ତେଲ ଦର ଏବେ କମିବା ଆରମ୍ଭ କରିଛି । ଶାନ୍ତି ଚୁକ୍ତି ସ୍ୱାକ୍ଷର ପରେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ୧ ଦଶମିକ ୫୧ ପ୍ରତିଶତ ହ୍ରାସ ପାଇଛି । ତଥ୍ୟ ଅନୁସାରେ, ବ୍ୟାରେଲ ପିଛା ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଇ ୭୮ ଦଶମିକ ୩୪ ଡଲାରରେ ପହଞ୍ଚିଛି । ଏହି ହ୍ରାସ ଫଳରେ ଆନ୍ତର୍ଜାତିକ ବଜାରରେ ତେଲ ଯୋଗାଣ ନେଇ ଥିବା ଅନିଶ୍ଚିତତା କମିଛି ଏବଂ ନିବେଶକମାନଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଛି ।ତେଲ ଦର କମିବା ଫଳରେ ଭାରତ ଭଳି ତେଲ ଆମଦାନୀ ଉପରେ ନିର୍ଭରଶୀଳ ଦେଶମାନଙ୍କ ପାଇଁ ଏହା ଏକ ସକାରାତ୍ମକ ସଙ୍କେତ ବୋଲି କୁହାଯାଉଛି । ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ଇନ୍ଧନ ଦର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ବଜାର ବିଶ୍ଳେଷକମାନେ ମତ ଦେଇଛନ୍ତି ।

You might also like