ହିତାଧିକାରୀଙ୍କ ପାଖକୁ ପହଞ୍ଚିଲାଣି ଭତ୍ତା
ଭୁବନେଶ୍ୱର (ରାଜ୍ୟକାହାଣୀ )ହିତାଧିକାରୀଙ୍କ ପାଖକୁ ପହଞ୍ଚିଲାଣି ଭତ୍ତା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।ମୁଖ୍ୟ ଶାସନ ସଚିବ କହିଛନ୍ତି, ଭତ୍ତା ସମସ୍ୟାର ସମାଧାନ ହୋଇଛି । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି । ଅବଶିଷ୍ଟ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିଯିବ। ଦେଶର ସବୁ ରାଜ୍ୟର ପୋର୍ଟାଲ ସମସ୍ୟା ରହିଛି। ଏବେ ସ୍ଥିତିର ସୁଧାର ଆସିଛି। ଭତ୍ତା ମିଳିବା ଆରମ୍ଭ ହୋଇଛି। ଧୀରେ ଧୀରେ ସମସ୍ତଙ୍କୁ ଭତ୍ତା ରାଶି ମିଳିଯିବ।