ଚାମେଲିଙ୍କ ଅଭିଯୋଗ ଆଧାରରେ ଜଣେ ଗିରଫ

ଭୁବନେଶ୍ୱର (ରାଜ୍ୟକାହାଣୀ )ତିଖିରି ପଞ୍ଚାୟତ ଚାମେଲି ଓଝା ଓ ବ୍ଲକ୍ ପ୍ରଶାସନ ବିବାଦ ଘଟଣାରେ ଆକ୍ସନ । ଚାମେଲିଙ୍କ ଅଭିଯୋଗ ଆଧାରରେ ଜଣେ ଗିରଫ । ଗିରଫ ବ୍ୟକ୍ତି ପ୍ରାର୍ଥ ସାରଥୀ ସାମନ୍ତରାୟ । ମୋବାଇଲ ଛଡାଇବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ କଲା ମହାକାଳପଡ଼ା ଥାନା ପୋଲିସ । FIRରେ ୭ ଜଣଙ୍କ ନାମ ଉଲ୍ଲେଖ କରିଥିଲେ ସରପଞ୍ଚ ଚାମେଲି ଓଝା । ଅନ୍ୟପଟେ ଚାମେଲି ଓଝାଙ୍କୁ ଜଗିଛି ପୁଲିସର ସ୍ପାଏ କ୍ୟାମେରା । ଚାମେଲି ଏବେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖୁଛି ପୁଲିସର ସ୍ପାଏ କ୍ୟାମେରା । ଚାମେଲିଙ୍କୁ କିଏ ଭେଟିବାକୁ ଆସୁଛନ୍ତି ସବୁକିଛି ନଜର ରଖୁଛି । ଆଜି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍‌ଦୋସ ମେଡିକାଲରେ ଚାମେଲିଙ୍କୁ ଭେଟିବାକୁ ଯିବାବେଳେ ଏ ଘଟଣା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଣେ ମହିଳା ସରପଞ୍ଚଙ୍କର ବ୍ୟକ୍ତିଗତ ଭାବେ ସମସ୍ତ ଗତିବିଧିକୁ ରେକର୍ଡ କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି । ତୁରନ୍ତ ସ୍ପାଏ କ୍ୟାମେରା ହଟାଇବାକୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଦାବି କରିଛନ୍ତି ।

You might also like