୧୮ରେ ଖୋଲିବ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟକାହାଣୀ )ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଆସିଛି ବଡ଼ ଖବର । ଆସନ୍ତା ଜୁନ୍ ୧୮ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯଦି ୧୮ ଯାଏଁ ବେଶୀ ଖରା ହୁଏ ତାହାଲେ ଚିନ୍ତା କରାଯିବ । ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନ୍ତ୍ରୀ । ପୂର୍ବରୁ ପ୍ରବଳ ଖରା ହେବା କାରଣରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି କରାଯାଇଥିଲା । ଖରା କମିବା ପରେ ସ୍କୁଲ ଖୋଲାଯିବ ବୋଲି ମନ୍ତ୍ରୀ କହିଥିଲେ । ସ୍କୁଲ ଖୋଲିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍କୁଲଗୁଡ଼ିକରେ ପାନୀୟ ଜଳ, ପର୍ଯ୍ୟାପ୍ତ ବାୟୁ ଚଳାଚଳ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ ।