ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ
ମୟୂରଭଞ୍ଜ ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ।ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନଥିବା ଏସ୍ପି ସ୍ପଷ୍ଟ କରିଥିବା ବେଳେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ପୁଲିସ ।ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ରାଇରଙ୍ଗପୁର ପୁଲିସ। ନାବାଳିକା ଜଣଙ୍କୁ ତାଙ୍କର ଜଣେ ପୁରୁଷ ବନ୍ଧୁ ମୋଟର ସାଇକେଲରେ ଏକ ନିଛାଟିଆ ସ୍ଥାନକୁ ନେଇ ଯୌନ ନିର୍ଯାତନା ଦେଇଥିଲେ । ଅନ୍ୟ ତିନିଜଣ ଯୁବକ ତାଙ୍କୁ ଏଥିରେ ସହଯୋଗ କରିଥିବା ସୂଚନା ରହିଥିବା ଏସ୍ପି କହିଛନ୍ତି ।