ଓଡ଼ିଶା କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୬୪ ସ୍ଥାନର ଇଂରାଜୀ ବନାନ ସଂଶୋଧନ ହେବ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଓଡ଼ିଶାର ବିଭିନ୍ନ ଜାଗା ନାମର ଇଂରାଜୀ ବନାନ ବଦଳିବ। ଏଥିପାଇଁ ଗତ କିଛି ଦିନ ଧରି ପ୍ରଶାସନିକ ପ୍ରକ୍ରିୟା ଚାଲିଥିଲା। ସରକାରଙ୍କ ଦ୍ବାରା ଗଠିତ ଏକ ଉଚ୍ଚସ୍ତରୀୟ କମିଟି ୨୬ଟି ଜିଲ୍ଲାର ୬୪ଟି ସ୍ଥାନ ନାମର ଇଂରାଜୀ ବନାନ ସଂଶୋଧନ ପାଇଁ ସୁପାରିସ କରିଥିଲା। ଗତ ରାତିରେ କ୍ୟାବିନେଟ୍ ଏହି ପ୍ରସ୍ତାବରେ ମୋହର ମାରିଛି। ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ପରିବର୍ତ୍ତନ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ସରକାରୀ ଦସ୍ତାବିଜରେ ଥିବା ଔପନିବେଶିକ ସମୟର ଭୁଲ୍ ନାମଗୁଡ଼ିକୁ ହଟାଇ ପ୍ରକୃତ ଓଡ଼ିଆ ନାମ ପ୍ରଚଳନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ ସ୍ତରରେ “Aul” କୁ “ଆଳି” ଏବଂ “Balasore” କୁ “ବାଲେଶ୍ୱର” ଭାବେ ଲେଖାଯିବ । ଇଂରାଜୀ ରେକର୍ଡରେ ଥିବା ଏହି ବିକୃତ ନାମଗୁଡ଼ିକ ଓଡ଼ିଆ ଅସ୍ମିତା ସହ ମେଳ ଖାଉନଥିଲା  ।

You might also like