କାଦୁଅ ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ,୩ କିମି କାନ୍ଧରେ ବୋହିଲେ କଫିନ

ରାଜ୍ୟ କାହାଣୀ (ଭୁବନେଶ୍ଵର)ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ୍‌ ସଦର ମହକୁମା ଠାରୁ ମାତ୍ର ୫ କିମି ଦୂର ସାନବଡ଼ଗାଁ ଗ୍ରାମର ୨ ନଂ ୱାର୍ଡରେ। ଗତ ଦୁଇଦିନ ହେବ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି।ଲଗାଣ ବର୍ଷା ଯୋଗୁ ସାନବଡ଼ଗାଁ ଗ୍ରାମକୁ ଆମ୍ବୁଲାନ୍ସ ଆସି ନପାରିବାରୁ ଶେଷରେ ଲୋ‌କେ ନିଜ କାନ୍ଧରେ କଫିନ୍‌ ବୋହିବା ଭଳି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ମଙ୍ଗଳବାର ସାନବଡ଼ଗାଁ ଗ୍ରାମର ଜଣେ ବ୍ୟକ୍ତିଙ୍କର ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା।

ଏକ ମହାପ୍ରୟାଣ ଗାଡ଼ିରେ ତାଙ୍କ ମୃତଦେହକୁ ଘରକୁ ଅଣାଯାଇଥିଲା। ମାତ୍ର ଘରେ ପହଞ୍ଚିବା ପୂର୍ବରୁ ଗାଡ଼ିଟି ଗାଁର ଆଣ୍ଠୁଏ  କାଦୁଅ ରାସ୍ତା‌ରେ ଫସିଯାଇଥିଲା। ଫଳରେ ସମ୍ପର୍କୀୟ ପ୍ରାୟ ୩ କିମି ରାସ୍ତା କଫିନକୁ କାନ୍ଧରେ ବୋହି ଘରକୁ ନେଇଥିଲେ।

You might also like