ଯାତ୍ରା ମାଲିକାଣୀ ରାଣୀ ପଣ୍ଡାଙ୍କ ନାଁରେ ସଙ୍ଗୀନ ଅଭିଯୋଗ
ଭୁବନେଶ୍ୱର (ରାଜ୍ୟକାହାଣୀ )ଅଡୁଆରେ ଜଣାଶୁଣା ଯାତ୍ରା ଅଭିନେତ୍ରୀ ତଥା ‘ନାଟ୍ୟମଣ୍ଡପ’ ଯାତ୍ରା ପାର୍ଟିର ମାଲିକାଣୀ ରାଣୀ ପଣ୍ଡା । ନିଜ ପାର୍ଟିର ଡ୍ୟାନ୍ସ ଗ୍ରୁପ କଳାକାରମାନଙ୍କୁ ପ୍ରାପ୍ୟ ପାରିଶ୍ରମିକ ନଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଏନେଇ ନିମାପଡା ଥାନରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଣିଛନ୍ତି ପାର୍ଟିର ସହ କଳାକାର ତଥା ଡ୍ୟାନ୍ସ ଗ୍ରୁପ ଚଳାଉଥିବା ସୁଧାଂଶୁ ଦାସ ।ନିମାପଡ଼ା ଖେଲାର ସ୍ଥିତ ରକ୍ଅନ ଡ୍ୟାନ୍ସ ଗ୍ରୁପ ସଂସ୍ଥାର ମୁଖ୍ୟ ସୁଧାଂଶୁ ଦାସଙ୍କ ସହ ନାଟ୍ୟ ମଣ୍ଡପ ପାଟିର ମାଲିକାଣୀ ରାଣୀ ପଣ୍ଡାଙ୍କ ପାର୍ଟିରେ କାମ କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସୁଧାଂଶୁଙ୍କ ଡ୍ୟାନ୍ସ ଗ୍ରୁପ ୧୭ଟି ଷ୍ଟେଜ ପ୍ରୋଗ୍ରାମ କରିଥିବା ବେଳେ ରାଣୀ ପଣ୍ଡା ତାଙ୍କୁ ମାତ୍ର ୬ଟି ପ୍ରୋଗ୍ରାମର ଟଙ୍କା ଦେଇ ଅନ୍ୟ ୧୧ଟି ପ୍ରୋଗ୍ରାମ ଟଙ୍କା କିଛିଦିନ ମଧ୍ୟରେ ବାକି ଟଙ୍କା ଖୁବ୍ଶୀଘ୍ର ଦେଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସୁଧାଂଶୁ ତାଙ୍କ ପାରିଶ୍ରମିକ ଟଙ୍କା ପାଇନଥିବା ଥାନାରେ ଅଭିଯୋଗ କରିବା ସହ ତାଙ୍କୁ ଟଙ୍କା କଥା କହିବାରୁ ବିଭିନ୍ନ ସମୟରେ ରାଣୀ ତାଙ୍କୁ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ।କୌଣସି ଉପାୟ ନପାଇ ଶେଷରେ ସୁଧାଂଶୁ ଦାସ ନିମାପଡ଼ା ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।