ହାଇକୋର୍ଟକୁ ସାଇକେଲରେ ଆସିଲେ ୩ ବିଚାରପତି

ଭୁବନେଶ୍ୱର (ରାଜ୍ୟକାହାଣୀ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଞ୍ଚୟ କରିବା ଅପିଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ଓଡ଼ିଶା ହାଇକୋର୍ଟର ୩ ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି ଜୁଡ଼ିସିଆଲ ଏକାଡେମୀ ନିକଟରୁ ହାଇକୋର୍ଟକୁ ସାଇକେଲରେ ଆସିଥିଲେ। । ସାମ୍ପ୍ରତିକ ତୈଳ ସଙ୍କଟ ସମୟରେ ସଚେତନତା ସୃଷ୍ଟି ଉପଲକ୍ଷେ ବିଚାରପତିମାନେ ସାଇକେଲରେ ଆସିଥିଲେ । ତୈଳ ସଙ୍କଟ ଦୃଷ୍ଟିରୁ ତେଲର ଅପବ୍ୟବହାର ନକରିବା ପାଇଁ ବିଚାରପତି ମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।ଯଦିଓ ସେମାନଙ୍କ ସାଙ୍ଗରେ ପିଏସ୍‌ଓ ଥିଲେ ହେଲେ ସେଭଳି କୌଣସି ଏସ୍କର୍ଟ କି ଅଧିକ ପୋଲିସ ନଥିବା ଦେଖିବାକୁ ମିଳିଥିଲା । ସୂଚନାମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇନ୍ଧନ ସଞ୍ଚୟ କରିବା ଅପିଲ୍‌ କରିଥିଲେ । ଜନସାଧାରଣଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ, ଘରୁ କାମ କରିବାକୁ, ସୁନା ନକିଣିବାକୁ ଏବଂ ଆବଶ୍ୟକ ନଥିଲେ ବିଦେଶ ଯାତ୍ରା ନକରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖାଦେଇଛି ।

You might also like