ଦେଶବ୍ୟାପୀ ଲିଟର ପିଛା ୩ ଟଙ୍କା ଲେଖାଏଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ପଶ୍ଚିମ ଏସିଆ ବିବାଦ ପରେ ବିଶ୍ବରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି।ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁଁ ଇନ୍ଧନ ଯୋଗାଣର ଅଭାବ ଦେଖାଯାଇଛି । ଗ୍ରାହକମାନଙ୍କୁ ଏହାର ବର୍ଦ୍ଧିତ ମୂଲ୍ୟର ବୋଝ ମଧ୍ୟ ବହନ କରିବାକୁ ପଡୁଛି। ଗତ କିଛି ଦିନ ଧରି ଯେପରି ଅନୁମାନ କରାଯାଉଥିଲା ତାହା ଅନୁଭୂବ ହୋଇଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କାକୁ ବୃଦ୍ଧି, ସେହିପରି ଡିଜେଲ ଲିଟର ପିଛା ୯୫ ଟଙ୍କା ୮୬ ପଇସାକୁ ବୃଦ୍ଧି ହୋଇଛି।