APPକୁ ଝଟ୍କା,ରାଘବ ଚଢାଙ୍କୁ କେନ୍ଦ୍ର ସରକାରଙ୍କ Z କାଟାଗୋରି ସୁରକ୍ଷା
ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ରାଘବ ଚଢାଙ୍କୁ ଦିଲ୍ଲୀ ଏବଂ ପଞ୍ଜାବରେ ‘Z’ ବର୍ଗର ସୁରକ୍ଷା କଭର ମିଳିବ, ଯେତେବେଳେ ଅନ୍ୟ ସ୍ଥାନ ପାଇଁ ‘Y+’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ।ରାଘବ ଚଢା ଏବଂ ଆମ ଆଦମୀ ପାର୍ଟି ମଧ୍ୟରେ ସମ୍ପର୍କ ବହୁତ ଦିନ ଧରି ତିକ୍ତ ଥିଲା, ଯାହା ଫଳରେ AAP ତାଙ୍କୁ ତାଙ୍କ ଦାୟିତ୍ୱରୁ ବାହାର କରିଦେଇଥିଲା। ତଥାପି, ଚଢା ପରବର୍ତ୍ତୀ ସମୟରେ ଏକ ଅଟଳ ମନୋଭାବ ଗ୍ରହଣ କରି ଦଳ ଦ୍ୱାରା ଲଗାତାର ଅଭିଯୋଗର ଜବାବ ଦେଇ ଭିଡିଓ ବିବୃତ୍ତି ପ୍ରକାଶ କରିଥିଲେ। ଆମ ଆଦମୀ ପାର୍ଟି ନିକଟରେ ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦବୀରେ ହଟାଇଥିଲା ଏବଂ ସଦନରେ କହିବା ପାଇଁ ରୋକ୍ ଲଗାଇଥିଲା । ତାଙ୍କ ସ୍ଥାନରେ ଆପ୍ ଅଶୋକ ମିତ୍ତଲଙ୍କୁ ରାଜ୍ୟସଭାରେ ପାର୍ଟିର ଉପନେତା କରିଥିଲା । ଆଉ ଆଜି ଇଡି ତରଫରୁ ଅଶୋକ ମିତ୍ତଲଙ୍କ ଜଳନ୍ଧର ସ୍ଥିତ ବାସଭବନ ଏବଂ ୟୁନିଭରସିଟିରେ ରେଡ୍ କରିଛି ।