ବିଲ୍ ବାକି ଥିଲେ ବି କଟିବନି ବିଜୁଳି: ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ

ଭୁବନେଶ୍ୱର (ରାଜ୍ୟକାହାଣୀ )ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରି କଟିବନି ବିଦ୍ୟୁତ ।ବିଦ୍ୟୁତ୍ ବିତରଣ କମ୍ପାନୀ ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ କଡ଼ା ନିର୍ଦ୍ଦେଶ। ହିତାଧିକାରୀଙ୍କ ବିଲ ଅର୍ଥ ବାକି ଥିଲେ ମଧ୍ୟ ବିଦ୍ୟୁତ୍ ନ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ଘରୋଇ ଗ୍ରାହକଙ୍କ କ୍ଷେତ୍ରରେ ବିଲ୍ ଅନାଦେୟ ହେଲେ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବ ନାହିଁ। କୌଣସି ଡିସକମ୍ ଦ୍ବାରା ଅନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ କରାଯିବା ଉଚିତ୍ ନୁହେଁ। ମରାମତି ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ ବିଦ୍ଯୁତ୍ କାଟ୍ SMS ଏବଂ ସାଧାରଣ ଠିକଣା ବ୍ୟବସ୍ଥା ମାଧ୍ୟମରେ ବ୍ୟାପକ ଭାବରେ ପ୍ରଚାର କରାଯିବା ଉଚିତ ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ

You might also like