ହଜିଥିଲେ କିମ୍ବା ନଷ୍ଟ ହୋଇଥିଲେ ଦିଆଯିବ ସ୍କୁଲ ଲିଭିଂ ସାର୍ଟିଫିକେଟ ନକଲ

ଭୁବନେଶ୍ୱର (ରାଜ୍ୟକାହାଣୀ )ନକଲ ସ୍କୁଲ ଲିଭିଂ ସାର୍ଟିଫିକେଟ୍ (ଏସ୍ଏଲ୍ସି) ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଓରିଜିନାଲ ଏସ୍ଏଲ୍‌ସି ହଜିଯାଇଥିଲେ କିମ୍ବା ନଷ୍ଟ ହୋଇଥିଲେ ଏହାର ନକଲ କପି ପାଇବା ପାଇଁ ଅନେକ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି । ଏବେ ସରକାର ଡୁପ୍ଲିକେଟ୍ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଅନୁମତି ଦେଇଛନ୍ତି । ତେବେ ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ନେଇ ଏସ୍ଏଲ୍ସିର ନକଲ ଦେଇପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଯଥାର୍ଥତା ଦର୍ଶାଇବାକୁ ହେବ । ଯଦି ସାର୍ଟିଫିକେ୍ ନଷ୍ଟ ହୋଇଥିବ ତାର ପ୍ରମାଣ ଦେଖାଇବେ । ଯଦି ଚୋରି କିମ୍ବା ହଜିଥିବ ତେବେ ଥାନାରୁ ଏଫ୍ଆଇଆର୍ କପି ଆଣି ପ୍ରଦାନ କରିବେ । ଯଦି ନିଆଁ ଲାଗିଯାଇଥାଏ କିମ୍ବା ବର୍ଷା, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ପାଇଁ ନଷ୍ଟ ହୋଇଥିଲେ ପ୍ରଦାନ କରାଯିବ । କିନ୍ତୁ ଓରିଜିନାଲ ଏସ୍ଏଲ୍ସିକୁ କୌଣସି ନାମଲେଖାରେ ବ୍ୟବହାର କରି ଆଉ ଥରେ ଆବେଦନ କଲେ ତାହା ଗ୍ରହଣ କରାଯିବ ନାହିଁ ।

You might also like