ହାତୀକୁ ବୋମାମାଡ଼,ରାସ୍ତାକଡ଼ କ୍ଷେତରେ ପଡିରହିଛି ମୃତ ଦନ୍ତା । 

ଭୁବନେଶ୍ୱର(ରାଜ୍ୟକାହାଣୀ ) ହାତୀକୁ ବୋମାମାଡ଼,ରାସ୍ତାକଡ଼ କ୍ଷେତରେ ପଡିରହିଛି ମୃତ ଦନ୍ତା । ବୋମାମାଡ଼ରେ ଦନ୍ତାହାତୀ ଗୁରୁତର ଆହତ ହୋଇ ପଡିରହିଥିଲା । ସୁନ୍ଦରଗଡ଼ ଉଜ୍ବଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବି କରୁଆବହାଲ ରାସ୍ତା କଡ଼ ଘର ନିକଟରେ ପିଡ଼ିଥିଲା । ଲୋକଙ୍କ କହିବା ଅନୁସାରେ ହାତୀର ଷୁଣ୍ଢ ରେ ବୋମା ମାଡ଼ ହୋଇଛି । ଅନ୍ୟପଟେ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଅନୁମାନ କରାଯାଉଛି ୭ରୁ ୮ ଦିନ ପୂର୍ବରୁ ଲାଗିଥିଲା ଆଘାତ କିନ୍ତୁ ଚିକିତ୍ସା କରାଯାଇନଥିଲା । ସଂଘର୍ଷ କରି କରି ଶେଷରେ ଆଖି ବୁଜିଲା ଆହତ ଦନ୍ତା ହାତୀ । ସେପଟେ ନରସିଂହପୁର ପୂର୍ବ ବନାଞ୍ଚଳ ଅଧୀନ ପାଞ୍ଚଗୋଛିଆ ବିଟ ରଙ୍ଗଡ଼ାବ ଗାଁରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ତେବେ ହାତୀର ମୃତ୍ୟୁ କିପରି ହେଲା କାରଣ ଜଣାପଡି ନାହିଁ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ଅନ୍ୟପଟେ ବିଭିନ୍ନ ଫରେଷ୍ଟ ରେଞ୍ଜ ଅଞ୍ଚଳ ଗୁଡିକରେ ଫରେଷ୍ଟ ଗାର୍ଡ ମାନଙ୍କ ପାଇଁ ରହିଥିବା ବିଟ ଗୁଡିକରେ କୌଣସି କର୍ମଚାରୀ ରହୁ ନଥିବା ଯୋଗୁ ଦୁର୍ବୃତ୍ତଙ୍କୁ ଏପରି କାଣ୍ଡ କରିବାକୁ ବେଶ୍ ସୁଯୋଗ ମିଳୁଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.

nineteen − eleven =