ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର: ୮ମ ବେତନ କମିଶନକୁ କ୍ୟାବିନେଟ ମଞ୍ଜୁରୀ

କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ଗୁରୁବାର ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିଛି। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବଢିବାର ରାସ୍ତା ପରିଷ୍କାର ହୋଇଛି ।କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଷ୍ପତ୍ତି ବାବଦରେ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ସଂଶୋଧନ ପାଇଁ ସରକାର ୮ମ ବେତନ ଆୟୋଗକୁ ମଞ୍ଜୁରି ଦେଇଛନ୍ତି ।କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗକୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ଏବଂ ସରକାର ସେମାନଙ୍କୁ ଏହି ଉପହାର ଦେଇଛନ୍ତି । ଖୁବଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯାଇ ଅଷ୍ଟମ ବେତନ କମିଶନ ଗଠନ ପ୍ରକ୍ରିୟା ଆରମ୍ଭ ହେବ।ଜାନୁଆରୀ ୧, ୨୦୧୬ରୁ ଦେଶରେ ସପ୍ତମ ବେତନ କମିଶନ ଲାଗୁ ହୋଇଥିଲା। ଏହା ଦ୍ୱାରା ପ୍ରାୟ ୧ କୋଟି ଲୋକ ଉପକୃତ ହୋଇଥିଲେ। ଯେହେତୁ ପ୍ରତି ୧୦ ବର୍ଷରେ ବେତନ କମିଶନ ଲାଗୁ ହୁଏ, ଏବେ ଆଶା କରାଯାଉଛି ଯେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ୧ ଜାନୁଆରୀ ୨୦୨୬ରୁ ୮ମ ବେତନ କମିଶନ ଲାଗୁ କରିବେ। ଏହା ସର୍ବନିମ୍ନ ମଜୁରୀ ଏବଂ ପେନଶନରେ ବଡ଼ ପରିବର୍ତ୍ତନ ଆଣିବାର ଆଶା କରାଯାଉଛି।

Leave A Reply

Your email address will not be published.

fifteen − 15 =