ଆହତ ଶେରଗଡ଼ ବ୍ଲକ ଅଧକ୍ଷ ଙ୍କୁ ହସ୍ପିଟାଲ ରେ ଭେଟିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର( ରାଜ୍ୟ କାହାଣୀ)ଗତକାଲି ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଗୁରୁତର ଆହତ ହୋଇଥିବା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ ଙ୍କୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ ହସ୍ପିଟାଲ ରେ ଭେଟି ଥିଲେ। ଶ୍ରୀ ନାୟକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଓ ଚିକିତ୍ସା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ନାୟକଙ୍କ ପରିବାର ବର୍ଗ ଙ୍କ ସହିତ ମଧ୍ୟ ଘଟଣା ସମ୍ପର୍କରେ କଥା ହୋଇଥିଲେ ଏବଂ ଶ୍ରୀ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।ସୂଚନାଯୋଗ୍ୟ ଯେ ଶେରଗଡ଼ ବ୍ଲକ ଅଧକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଗତକାଲି ଦୃର୍ବୁତ୍ତ ଙ୍କ ଆକ୍ରମଣ ରେ ଗୁରୁତର ଆହତ ହେବା ପରେ ଚିକିତ୍ସା ପାଇଁ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି।

You might also like