ସିବିଏସଇ ଢାଞ୍ଚାରେ ଓଡିଶାରେ ହେବ ପ୍ଲସଟୁ ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ

ରାଜ୍ୟକାହାଣୀ ( ଭୁବନେଶ୍ୱର )ସିବିଏସଇ ଢାଞ୍ଚାରେ ଓଡିଶାରେ ହେବ ପ୍ଲସଟୁ ପାଇଁ ଇମ୍ପ୍ରୁଭମେଣ୍ଟ ଏକ୍ସାମିନେସନ। ଚଳିତବର୍ଷ ପ୍ରଥମଥର ପାଇଁ କୌଣସି ଜଣେ ପରୀକ୍ଷାର୍ଥି ଚାହିଁଲେ ନିଜ ମାର୍କ ବଢାଇବା ପାଇଁ ଗୋଟିଏ ବିଷୟରେ ଆଉ ଥରେ ପରୀକ୍ଷା ଦେଇପାରିବେ। । ପରୀକ୍ଷା ଫଳାଫଳର ୬୦ ଦିନ ଭିତରେ ଇମ୍ପ୍ରୁଭ୍‌ମେଣ୍ଟ ତଥା ଉନ୍ନତି ପରୀକ୍ଷା ଦେବେ ଓ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ଏହାକୁ ଚଳିତବର୍ଷରୁ ଲାଗୁ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଛି ।ମେଡିକାଲ ନାମଲେଖା ପରି ଜାତୀୟ ପ୍ରବେଶିକା ପରୀକ୍ଷା କିମ୍ବା ନାମଲେଖାରେ ଯୁକ୍ତ ଦୁଇରେ ସର୍ବନିମ୍ନ ୭୫ ପ୍ରତିଶତ ମାର୍କ ଆବଶ୍ୟକ ହେଉଥିବା ବେଳେ ଏଥିରୁ କମ୍ ମାର୍କ ଥିବା ପିଲା ଆବେଦନ କିମ୍ବା ନାମଲେଖାରେ ହଇରାଣ ହେଉଛନ୍ତି । ତେଣୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସିଏଚ୍ଏସ୍ଇ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କୁ ମାତ୍ର ଗୋଟିଏ ବିଷୟରେ ଉନ୍ନତି ପରୀକ୍ଷା ପାଇଁ ସୁଯୋଗ ମିଳିବ । ଯଦି ଫେଲ୍ ହୋଇଥିବେ ତାଙ୍କୁ ଏଥିରେ ସାମିଲ କରାଯିବ ନାହିଁ । ସେମାନେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ ।

You might also like