ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧ ହଜାର ୦୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭ ହଜାର ୪୫୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୧, ୦୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୭ ,୪୫୦ ଟଙ୍କା ଥିଲା ।ମୁମ୍ବାଇରେ ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ଦର ୭୧ ହଜାର ଟଙ୍କାରେ କିଣାବିକା ହେଉଥିବା ବେଳେ ୨୪ କ୍ୟାରେଟ ସୁନା ୭୭,୪୫୦ ଟଙ୍କା ହୋଇଯାଇଛି। କୋଲକାତାରେ ଦର ମୁମ୍ବାଇ ସହିତ ସମାନ ଥିବା ବେଳେ ଚେନ୍ନାଇରେ ଦର ମଧ୍ୟ ସମାନ ରହିଛି। ଆଇବିଜେଏ ଅନୁସାରେ ଚଳିତବର୍ଷ ଏପର୍ଯ୍ୟନ୍ତ ସୁନା ୧୦ ଗ୍ରାମ ପିଛା ଦର ୧୨,୮୧୨ଟଙ୍କା ମହଙ୍ଗା ହେଲାଣି। ସେହିପରି ରୂପା ମୂଲ୍ୟ ୨,୨୬୭ ଟଙ୍କା ବଢିଛି। ୧ ଜାନୁୟାରୀ ୨୦୨୪ରେ ସୁନା ୧୦ଗ୍ରାମ ପିଛା ଦର ୬୩,୩୫୨ଟଙ୍କା ଥିଲା।