ଦିନ କେଇଟା ପରେ ନୂଆବର୍ଷକୁ ସ୍ୱାଗତ କରିବ ସାରା ପୃଥିବୀ । ସବୁଠି ହେବ ଜିରୋ ନାଇଟ ସେଲିବ୍ରେସନ । କିନ୍ତୁ ସେଲିବ୍ରେସନର ୪ ଦିନ ପୂର୍ବରୁ ଲାଗିଛି ସରକାରୀ କଟକଣା । ଜିରୋ ନାଇଟ ସେଲିବ୍ରେସନ ପାଇଁ ଆଇନ୍ ବ୍ୟବସ୍ଥାକୁ କଡ଼ା କଡ଼ି କରିଛଇ ଓଡ଼ିଶା ପୋଲିସ । ଚେକିଂ, ବ୍ଲକିଂ ସାଙ୍ଗକୁ ଜୋରଦାର ହେବ ନାକାବନ୍ଦୀ। ଏ ନେଇ ପୁଲିସ କମିଶନର ସୂଚନା ଦେଇଛନ୍ତି। ନିଶାସକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରଙ୍କ ଆଣ୍ଡ୍ ଡ୍ରାଇଭ ଉପରେ ରହିବ ଅଧିକ ନଜର। କିଛି ହୋଟେଲ ଓ ଖାଲି ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଅନୁମତି ମିଳିଛି ।ଏହାସହ ଜିରୋ ନାଇଟରେ ଯେକୌଣସି ସେଲିବ୍ରେସନ ପାଇଁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ ଓ ସାରା ସହାରକୁ ଜଗିବ ସିସିଟିଭି । ଏନେଇ ସବୁ ଥାନାଗୁଡ଼ିକ ଆଇଆଇସିଙ୍କୁ କମିସନରଙ୍କର କଡା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ଫୋର୍ସ ମୁତ୍ୟୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ।